ଆସନ୍ତାକାଲିଠାରୁ ବିଜେଡିର ଜନସଂପର୍କ ପଦଯାତ୍ରା ! ଗାନ୍ଧୀ ଜୟନ୍ତୀଠୁ ଆରମ୍ଭ ଜୟନାରାୟଣ ଜୟନ୍ତୀରେ ଶେଷ

ଆସନ୍ତାକାଲିଠାରୁ ବିଜେଡିର ଜନସଂପର୍କ ପଦଯାତ୍ରା ! ଗାନ୍ଧୀ ଜୟନ୍ତୀଠୁ ଆରମ୍ଭ ଜୟନାରାୟଣ ଜୟନ୍ତୀରେ ଶେଷ

କନକ ବ୍ୟୁରୋ : ପୁଣି ବିଜେଡିର ଅସ୍ତ୍ର କେନ୍ଦ୍ର ଅବହେଳା । କାଲିଠାରୁ ପଦଯାତ୍ରା କରିବ ବିଜେଡି । ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ କରି ଜୟପ୍ରକାଶ ଜୟନ୍ତୀ ଯାଏଁ ଏହି ପଦଯାତ୍ରା ହେବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ଆରମ୍ଭ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହି ଘୋଷଣା କରିଛନ୍ତି । ଏହି ପଦଯାତ୍ରାରେ ପୋଲାଭରମ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବା ବିଜେଡି । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇବ ବିଜେଡି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଦଳୀୟ କର୍ମୀ ସାମିଲ ହେବେ । ଅଶୋକ ପ୍ରାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ବି ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି , ଦଳ ଏବେ ଅଡୁଆମୁକ୍ତ ହେବ ।

prassana acharyaବିଜେଡ଼ିର ଜନସମ୍ପର୍କ ଯାତ୍ରା ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ଚାଲିବ। ପଦଯାତ୍ରା ସମ୍ପର୍କରେ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜେଡ଼ିର ଏହି ପଦଯାତ୍ରା ନୂଆ ନୁହେଁ। ବିଜେଡ଼ି ପକ୍ଷରୁ ପୂର୍ବରୁ ମଧ୍ୟ ଜନସମ୍ପର୍କର ଆୟୋଜନ କରାଯାଇଛି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଦେଖାଇଛି । ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନ୍ୟାୟ ପସଙ୍ଗରେ ଲୋକଙ୍କୁ ଜଣାଇବୁ ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ର ସରକାର ଅହେତୁକ ତୈଳ ଦର ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ପଡ଼ିବ। ଜନସମ୍ପର୍କ ପଦଯାତ୍ରାରେ ଓଡ଼ିଶା ନ୍ୟାଯ୍ୟ ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe