କୃଷି ବିଲ ପାଇଁ ବିଜେଡି କରିବ କମିଟି । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କହିଲେ, ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଲାଗୁ ହେଉ ବୋଲି ଚାହୁଁଛି ବିଜେଡି ।

143

କନକ ବ୍ୟୁରୋ : କୃଷି ବିଲ ଅନୁଧ୍ୟାନ ପାଇଁ କମିଟି କରିବ ବିଜେଡି । ଦଳୀୟ ସାଂସଦ, ବିଧାୟକ ଓ ଚାଷୀ ନେତାଙ୍କୁ କମିଟିରେ କରାଯିବ ସାମିଲ । ବିଲରେ ଥିବା ପ୍ରାବଧାନକୁ ଅନୁଧ୍ୟାନ କରିବ ଏହି କମିଟି । ବିଧାୟକ ଦଳ ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ବୈଠକରେ ନବୀନ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥକୁ ପ୍ରଭାବିତ ହେବାକୁ ଦିଆଯିବନି । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଲାଗୁ ହେଉ ବୋଲି ବିଜେଡି ଚାହୁଁଥିବା କହିଛନ୍ତି ନବୀନ । ଖାସକରି ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସୁପାରିଶ ଲାଗୁ କରାଯାଉ ବୋଲି ବୈଠକରେ ନବୀନ କହିଛନ୍ତି । ଏହାପୂର୍ବରୁ ସଂସଦର ଉଭୟ ଗୃହରେ କୃଷି ବିଲକୁ ନେଇ ଚିନ୍ତାପ୍ରକଟ କରିଥିଲା ଦଳ ।

କୃଷି ବିଲ୍ ସଂସଦରେ ପାରିତ ହେବା ପରେ ଏହା ଆଇନରେ ପରିଣତ ହୋଇଛି । ତେବେ ଏହି ବିଲକୁ ନେଇ ସଂସଦରୁ ସଡକ ଯାଏଁ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଶିରୋମଣି ଅକାଳି ଦଳ ଏନଡିଏରୁ ଓହରି ଯାଇଛି । ଏପରିକି କେନ୍ଦ୍ରମନ୍ତ୍ରୀ ପଦରୁ ଅକାଳୀ ଦଳର ସାଂସଦ ହରଶମିତ କୌର ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ପୂରା ଦେଶରେ ବିରୋଧ ପ୍ରଦଶର୍ନ କରୁଛି ।