ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା । ଭୁଷୁଡିଲା ବିଜେଡିର ଗଡ । ଓଡିଶାରେ କ୍ଷମତାର ବଡ ପରିବର୍ତ୍ତନ ।

ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା । ଭୁଷୁଡିଲା ବିଜେଡିର ଗଡ । ଓଡିଶାରେ କ୍ଷମତାର ବଡ ପରିବର୍ତ୍ତନ ।

କନକ ବ୍ୟୁରୋ: ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା। ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍। ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼ । ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ ଏବେ ଲାଗିଛି ବିରାମ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ରାଜନୀତିର ସାଗୁଆ ଦୂର୍ଗ ଓଡିଶା ଏବେ ଗେରୁଆ । ଓଡ଼ିଶାରେ ପରିବର୍ତ୍ତନ ବି ଏମିତି ପରିବର୍ତ୍ତନ ଆସିପାରେ, ଅନେକଙ୍କୁ ବିଶ୍ବାସ ନହେଲେ ମଧ୍ୟ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

ନିରଙ୍କୁଶ ଶାସନ, ବ୍ୟକ୍ତିତ୍ବର ମ୍ୟାଜିକ ଓ କ୍ଷମତାର ପତିଆରାରେ ଜନମତକୁ ଜାଗିର ଭାଗିବା ମସ୍ତବଡ଼ ଭୁଲ, ତାହା ଓଡ଼ିଶା ନିର୍ବାଚନ ଫଳାପଳରୁ ପ୍ରତିପାଦିତ ହୋଇଛି। ରାଜନୀତିରେ ଜନତା ବିଶ୍ବାସ କଲେ , ଆଖିବୁଜି ସୁନା କଳସ ଢାଳିଦିଅନ୍ତି, ଯଦି ଅବିଶ୍ବାସ କରନ୍ତି ପାଦ ତଳୁ ଭୂଇଁ ଟାଣି ଆଣନ୍ତି। ରାଜନୀତିରେ ରାବିଡି ଦେବା , ବିକାଶର ଓ ରୁପାନ୍ତରଣ ନାଁରେ ନେଇ ଜନମତକୁ ପ୍ରଭବିତ କରିବା ଯେ ଅସମ୍ଭବ ତାହା ଓଡ଼ିଶା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

ନେତା ବନିବା ସହଜ ନୁହେଁ , ନେତାଙ୍କ ପାଇଁ ସାଧାରଣ ଜନତା ଜନାର୍ଦ୍ଦନ। ଯଦି ନେତା ବାଟ ହୁଡ଼ିବେ, ଜନତାଙ୍କ ମନୋଭାବ ପ୍ରତି ସମ୍ବେଦନଶୀଳ ନହହୋଇ ବଚସ୍କର ପାଲଟିବେ, ଯେତେ ଶକ୍ତିଶାଳୀ ହେଲେ ବି ସେମାନେ ନବୀନଙ୍କ ଦଶା ଭୋଗିବେ ତାହାର ସବୁଠୁ ବଡ଼ ଉଦାହରଣ ନବୀନଙ୍କ ଶେଷ ପାଳିର ରାଜନୀତି ଦର୍ଶାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe