ଚାଲିଛି ୧୯ କୁରୁକ୍ଷେତ୍ରର କାଉଣ୍ଟ । ଟ୍ରେଣ୍ଡ୍ ଅନୁସାରେ ଓଡ଼ିଶାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କଲା ବିଜେଡି, ବିଭିନ୍ନ ଆସନରେ ଲାଗି ରହିଛି ଛକାପଞ୍ଝା

Advertisment
ମହିଳାକାର୍ଡ ଖେଳିଥିଲେ ନବୀନ, ସମ୍ମାନ ରକ୍ଷା କଲେ ମଞ୍ଜୁଳା ସ୍ୱାଇଁ, ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୬ ହଜାର ୮୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ କଲେ ‘ଶଙ୍ଖ’ ନାଦ ।

କନକ ବ୍ୟୁରୋ : ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ଆଉ ଭୋଟ୍ ପେଡ଼ିରୁ ବାହାରୁଛି ଫଳାଫଳ । ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଓଡ଼ିଶାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିସାରିଲାଣି ବିଜୁ ଜନତା ଦଳ । ଦିନ ସାଢ଼େ ୧୧ଟା ସୁଦ୍ଧା ବଜେଡି ୮୮ଟି ବିଧାନସଭା ଆସନରେ ଆଗୁଆଥିବାବେଳେ ବିଜେପି ୨୪ ଏବଂ କଂଗ୍ରେସ ୧୨ଟି ଆସନରେ ସନ୍ତୁଷ୍ଟ ରହିଥିବା ଟ୍ରେଣ୍ଡ କହୁଛି । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରେ ଉଭୟ ବିଜେପି କଂଗ୍ରେସକୁ ପଛରେ ପକାଇ ୫ ହଜାରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି ।

publive-imageସେହିପରି ମାହାଙ୍ଗା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ଆଗୁଆ ରହିଥିବାବେଳେ ଉଭୟ ଆସ୍କା ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀ ଆଗୁଆ । ଲୋକସଭା ପ୍ରାର୍ଥୀ ପ୍ରମିଳା ଓ ବିଧାନସଭାରେ ମଞ୍ଜୁଳା ସ୍ୱାଇଁ ଆଗୁଆ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe