କନକ ବ୍ୟୁରୋ : ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ଆଉ ଭୋଟ୍ ପେଡ଼ିରୁ ବାହାରୁଛି ଫଳାଫଳ । ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଓଡ଼ିଶାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିସାରିଲାଣି ବିଜୁ ଜନତା ଦଳ । ଦିନ ସାଢ଼େ ୧୧ଟା ସୁଦ୍ଧା ବଜେଡି ୮୮ଟି ବିଧାନସଭା ଆସନରେ ଆଗୁଆଥିବାବେଳେ ବିଜେପି ୨୪ ଏବଂ କଂଗ୍ରେସ ୧୨ଟି ଆସନରେ ସନ୍ତୁଷ୍ଟ ରହିଥିବା ଟ୍ରେଣ୍ଡ କହୁଛି । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରେ ଉଭୟ ବିଜେପି କଂଗ୍ରେସକୁ ପଛରେ ପକାଇ ୫ ହଜାରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି ।
ସେହିପରି ମାହାଙ୍ଗା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ଆଗୁଆ ରହିଥିବାବେଳେ ଉଭୟ ଆସ୍କା ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀ ଆଗୁଆ । ଲୋକସଭା ପ୍ରାର୍ଥୀ ପ୍ରମିଳା ଓ ବିଧାନସଭାରେ ମଞ୍ଜୁଳା ସ୍ୱାଇଁ ଆଗୁଆ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D5F5xh3UwAAybtq.jpg)