କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଞ୍ଜାମ ଆସ୍କା ଜୋନ ୧ରେ ବିଜେଡି ଆଗୁଆ ରହିଛି । ତେବେ ପ୍ରଥମ ରାଉଣ୍ଡରେ ଆଗୁଆ ରହିଛି ବିଜେଡି ।

Advertisment

ତେବେ ଗତ ପଂଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ହୋଇଥିଲା । ୬୯ ଜିଲ୍ଲା ପରିଷଦ ଜୋନରୁ ୬୪ଟି ବିଜେଡି ଜିତିଥିଲା । ୪ଟିରେ ବିଜେପିି ଓ ଗୋଟିଏ ଆସନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିତିଥିଲେ । କୁକୁଡାଖଣ୍ଡି ଓ ରଙ୍ଗେଇଲୁଣ୍ଡାରେ ଗୋଟିଏ ଲେଖାଏଁ ବିଜେପି ଜିତିଥିଲା । ଗଞ୍ଜାମ ଓ ସାନଖେମୁଣ୍ଡିରେ ଗୋଟିଏ ଲେଖାଏଁ ଜୋନ୍ ବିଜେପି ନେଇଥିଲା ।

ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ବାଚନୀ କ୍ଷେତ୍ର ଗୋପାଳପୁରରେ ସର୍ବାଧିକ କ୍ଷତି କରିଥିଲେ ବିରୋଧୀ । ସେ ବିଜେଡିରୁ ବିଦା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ନେତୃତ୍ୱ ନେଉଛନ୍ତି । ଗୋପବନ୍ଧୁ ଦାଶଙ୍କ ନେତୃତ୍ୱରେ ବିଜେଡି ଗୋପାଳପୁରରେ ବଳ ଗୋଟାଇଛି ।