ତିର୍ତ୍ତୋଲରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ । ପୋଷ୍ଟାଲ ବାଲାଟ ଗଣତିରେ  ୧୦୮୭ ଭୋଟରେ ବିଜୟ ଆଗୁଆ, ପୁଣି ଥରେ ଆସନ ହାତେଇବ କି ବିଜେଡି?

205

କନକ ବ୍ୟୁରୋ  : ତିର୍ତ୍ତୋଲରେ ଦେଖିବାକୁ ମିଳିଲା ବାଲେଶ୍ୱରର ଝଲକ । ପୋଷ୍ଟାଲ ବାଲଟ ଗଣତି ଶେଷ ପରେ ତିର୍ତ୍ତୋଲରେ ବି ଆଗୁଆ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୮୫୨ ଭୋଟ ହାତେଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୧୦୮୭ ଭୋଟରେ ଆଗୁଆ ରହିଛନ୍ତି ବିଜେଡିର ବିଜୟ । ବିଜେପି ପ୍ରାର୍ଥୀ ରାଜକିଶୋର ୨୭୭୪ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ମିଳିଛି ୪୪୨ ଭୋଟ ।

୨୦୧୯ରେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିବା ବେଳେ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ ଅଣ୍ଟା ଭିଡିଥିଲା ଦଳ । ଯାହାର ଝଲକ ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିଛି । ଦଳ ପାଇଁ ଏହି ଆସନ ସମ୍ମାନର ଲଢେଇ ହୋଇଥିବା ବେଳେ ବିଜେପି ମଧ୍ୟ ଏହି ଆସନ ଅକ୍ତିଆର କରି ବିଜେଡି ବଡ ଝଟକା ଦେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ କଂଗ୍ରେସର ନୂଆ ଚେହେରା  ଲୋକଙ୍କର ଆସ୍ଥାଭାଜନ ହୋଇପାରିନଥିବା ପ୍ରଥମ ରାଉଣ୍ଡ ଫଳାଫଳରୁ ଜଣାପଡିଛି ।