ବାଲେଶ୍ୱର, ତିର୍ତ୍ତୋଲରେ ଗଡି ଚାଲିଛି ବିଜେଡିର ବିଜୟ ରଥ । ୧୨ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ଆଗରେ ରହିଛି ବିଜେଡି ।

435

କନକ ବ୍ୟୁରୋ: ଓଡିଶାର ଦୁଇଟି ଉପ ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଉଭୟ ଆସନରେ ଶଙ୍ଖ- ପଦ୍ମ ଭିତରେ କାଣ୍ଟେକା ଟକ୍କର ହେଉଥିବା ବେଳେ ଦୁଇଟି ରାଉଣ୍ଡକୁ ଛାଡିଦେଲେ ବାଲେଶ୍ୱରରେ ବିଜେଡି ଆଗର ରହିଛି । ୧୧ତମ ରାଉଣ୍ଡରେ ବିଜେପିକୁ ୩୦୯୧ ଭୋଟ ମିଳିଥିବା ବେଳେ ବିଜେଡି ୩୨୬୨ ଖଣ୍ଡ ଭୋଟ ସହ ୧୭୧ ଖଣ୍ଡରେ ଆଗୁଆ ରହିଛି ବିଜେଡି । ୧୨ ରାଉଣ୍ଡରେ ବିଜେଡି- ୩୭୬୧, ବିଜେପି- ୨୯୨୬ସହ ୮୩୫ ଖଣ୍ଡ ଭୋଟ ଆଗରେ ରହିଛି ବିଜେଡି । ଏଥିସହ ବୋଲେଶ୍ୱରରେ ବିଜେଡି ମୋଟ ୬୩୦୮ ଖଣ୍ଡ ଭୋଟରେ ଆଗରେ ରହିଛି ।

ସେହିପରି ତିର୍ତ୍ତୋଲରେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଥିବା ବେଳେ ବିଜେପି ବହୁ ପଛରେ ରହିଛି । ବିଜେଡି- ୩୧୧୭, ବିଜେପି- ୧୪୫୬ ଖଣ୍ଡ ଭୋଟ ପାଇଥିବା ବେଳେ ଏଯାଏଁ ୧୬ ହଜାର ୨୨୨ ଖଣ୍ଡ ଭୋଟ ଆଗରେ ଚାଲିଛନ୍ତି ବିଜୟ ।