ବାଜି ବ୍ରଜରାଜନଗର : ତୃତୀୟ ରାଉଣ୍ଡ ଟ୍ରେଣ୍ଡରେ ବି ବିଜେଡି ଆଗୁଆ

173

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ଭିତରେ ତୃତୀୟ ରାଉଣ୍ଡର ଟ୍ରେଣ୍ଡ ଆସିଛି । ତୃତୀୟ ରାଉଣ୍ଡ ଟ୍ରେଣ୍ଡରେ ବି ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୭୮୫ ଖଣ୍ଡ ଭୋଟ ମିଳିଥିବା ବେଳେ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୯୭୮ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୨୧୮ ଖଣ୍ଡ ଭୋଟ ମିଳିଛି ।

ତେବେ ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଂଟି ଏଜେଂଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବ । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଂଟର ମଧ୍ୟ କରାଯାଇଛି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର ।