୭ମ ରାଉଣ୍ଡରେ ତିର୍ତ୍ତୋଲରେ ବିଜେଡି ଆଗୁଆ...ଜାଣନ୍ତୁ ସପ୍ତମ ପର୍ଯ୍ୟାୟ ସୁଦ୍ଧା କାହାକୁ ମିଳିଲା କେତେ ଭୋଟ?

Advertisment
୭ମ ରାଉଣ୍ଡରେ ତିର୍ତ୍ତୋଲରେ ବିଜେଡି ଆଗୁଆ...ଜାଣନ୍ତୁ ସପ୍ତମ ପର୍ଯ୍ୟାୟ ସୁଦ୍ଧା କାହାକୁ ମିଳିଲା କେତେ ଭୋଟ?

କନକ ବ୍ୟୁରୋ:  ସପ୍ତମ ପର୍ଯ୍ୟାୟ ଭୋଟ୍ ଗଣତିରେ ବି ବିଜେଡିକୁ ମିଳିଛି ବିପୁଳ ଜନସମର୍ଥନ । ସପ୍ତମ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। ସପ୍ତମ ରାଉଣ୍ଡ ସୁଦ୍ଧା ଏହି ଆସନରେ ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି। ତିର୍ତ୍ତୋଲରେ ବିଜେଡି ୨୫,୨୮୭ ଭୋଟ୍ ପାଇ ରେସ୍‌ରେ ଆଗରେ ରହିଛି। ତାହା ପଛକୁ ୧୪,୫୫୧ ଭୋଟ୍‌ ପାଇଁ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଏହାପରେ କଂଗ୍ରେସ ୩୯୯୯ ଭୋଟ୍‌ ହାତେଇବାରେ ସକ୍ଷମ ହୋଇପାରିଛି।

publive-image

ସେହିଭଳି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ଆସିଲା ଷଷ୍ଠ ରାଉଣ୍ଡ ଫଳାଫଳ । ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବି ବିଜେଡି ବାଜି ମାରିଛି । ଅନ୍ୟ ରାଜନୈତିକ ଦଳକୁ ପଛରେ ପକାଇ ବିଜୁ ଜନତା ଦଳ କବଜା କରିଛି ବିପୁଳ ପରିମାଣରେ ଭୋଟ୍ । ତିର୍ତ୍ତୋଲ ଷଷ୍ଠ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ  ବିଜୟ ଶଙ୍କର ଦାସଙ୍କୁ ୩୫୯୯ଟି ଭୋଟ୍ ମିଳିଥିବା ବେଳେ  ବିଜେପି ପ୍ରାର୍ଥୀ  ରାଜକିଶୋର ବେହେରାଙ୍କୁ ମିଳିଛି ୧୮୮୫ଖଣ୍ଡ ଭୋଟ୍ ।  ଅପରପକ୍ଷରେ କଂଗ୍ରେସ ପ୍ରାର୍ଥ  ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ମିଳିଛି ମାତ୍ର ୫୪୩ ଖଣ୍ଡ ଭୋଟ୍  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe