ପଞ୍ଚାୟତ ଫଇସଲା: ଅପରାହ୍ନ ୪ଟା ସୁଦ୍ଧା ୨୭୦ରୁ ଅଧିକ ଆସନରେ ବିଜେଡି ଆଗୁଆ । ପଛରେ ପଡିଲେ ବିଜେପି, କଂଗ୍ରେସ ।

Advertisment
ପଞ୍ଚାୟତ ଫଇସଲା: ସନ୍ଧ୍ୟା ୫ଟା ୧୦ ସୁଦ୍ଧାର ଟ୍ରେଣ୍ଡ୍, ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଟ୍ରେଣ୍ଡର ଲୁଚକାଳି ।

କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ୍ ଭୋଟ୍ ଗଣତି । ଅପରାହ୍ନ ୪ଟା ସୁଦ୍ଧା ଶାସକ ଦଳ ବିଜେଡି ୨୭୧ଟି ଆସନରେ ଆଗୁଆ ଥିବା ଟ୍ରେଣ୍ଡ୍ କହୁଛି । ସେହିପରି ବିରୋଧୀ ବିଜେପି ଶାସକ ଦଳଠାରୁ ବହୁ ପଛରେ ଥିବାବେଳେ ଏବେ ସୁଦ୍ଧା କେବଳ ୨୦ଟି ଜିଲ୍ଲା ପରିଷଦ ଆସନରେ ଆଗରେ ଅଛି । ସେହିପରି କଂଗ୍ରେସ ୧୭ଟି ଆସନରେ ଆଗୁଆ ଅଛି । ତେବେ ସ୍ୱାଧୀନ ପ୍ରାର୍ଥୀଙ୍କ କଥା କହିବା ଯଦି, ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ଭୋଟ୍ ଗଣତିରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୬ ଜଣ ଆଗୁଆ ଅଛନ୍ତି । ସେହିପରି ଜିଲ୍ଲାୱାରୀ ଦେଖିଲେ, ଅଧିକାଂଶ ଜିଲ୍ଲାରେ ବିଜେଡି ଆଗୁଆ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe