କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ୍ ଭୋଟ୍ ଗଣତି । ଅପରାହ୍ନ ୪ଟା ସୁଦ୍ଧା ଶାସକ ଦଳ ବିଜେଡି ୨୭୧ଟି ଆସନରେ ଆଗୁଆ ଥିବା ଟ୍ରେଣ୍ଡ୍ କହୁଛି । ସେହିପରି ବିରୋଧୀ ବିଜେପି ଶାସକ ଦଳଠାରୁ ବହୁ ପଛରେ ଥିବାବେଳେ ଏବେ ସୁଦ୍ଧା କେବଳ ୨୦ଟି ଜିଲ୍ଲା ପରିଷଦ ଆସନରେ ଆଗରେ ଅଛି । ସେହିପରି କଂଗ୍ରେସ ୧୭ଟି ଆସନରେ ଆଗୁଆ ଅଛି । ତେବେ ସ୍ୱାଧୀନ ପ୍ରାର୍ଥୀଙ୍କ କଥା କହିବା ଯଦି, ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ଭୋଟ୍ ଗଣତିରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୬ ଜଣ ଆଗୁଆ ଅଛନ୍ତି । ସେହିପରି ଜିଲ୍ଲାୱାରୀ ଦେଖିଲେ, ଅଧିକାଂଶ ଜିଲ୍ଲାରେ ବିଜେଡି ଆଗୁଆ ଚାଲିଛି ।
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ ଏବେ ବିଜେଡି ସ୍ଥିର, କଂଗ୍ରେସ ବଢୁଛି, ବିଜେପି କମୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଜି ଗଣତି ହେଉଥିବା ୩୧୫ ଜିଲ୍ଲା ପରିଷଦ ଆସନରୁ ୨୭୧ ଆସନରେ ବିଜେଡି, ୨୦ ଆସନରେ ବିଜେପି ଓ ୧୭ ଆସନରେ କଂଗ୍ରେସ ଆଗରେ ରହିଛି । #ElectionsWithKanakNews#PanchayatResults#Odisha#KanakNewspic.twitter.com/AYvQcApPVE
— Kanak News (@kanak_news) February 26, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/10-23.jpg)