ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ: ଏବେ ସୁଦ୍ଧା ବିଜେଡି ୫, ୭୬୬ ଭୋଟରେ ଆଗୁଆ

147

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ । ତୃତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୧୪୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୩୧୮ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୧୭୧ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୦୮ ଭୋଟ ମିଳିଛି ।

ଏବେ ସୁଦ୍ଧା ବିଜେଡି ମୋଟ ୫ ହଜାର ୭୬୬ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୧୫ ହଜାର ୯୧୬, ବିଜେପି ୧୦ ହଜାର ୧୫୦ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୪୭୪ ଭୋଟ । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।