ଲୋକସଭା ଆସନରେ ବିଜେଡି ହାତ ଖାଲି: ବିଜେପି ନେଲା ୨୦, କଂଗ୍ରେସ ୧

1,255

କନକ ବ୍ୟୁରୋ: ଲୋକସଭାରେ ନେତୃତ୍ୱ ଶୂନ୍ୟ ହେଲା ବିଜେଡି । ଗୋଟିଏ ବି ଲୋକସଭା ଆସନ ଜିତିପାରିଲାନି ବିଜେଡି । ୨୦ଟି ଆସନ ପୋଛିନେଲା ବିଜେପି ଆଉ ଗୋଟିଏ ଆସନରେ ବିଜୟୀ ହୋଇଛି କଂଗ୍ରେସ । ସାଧାରଣ ନିର୍ବାଚନରେ ବିପର୍ଯ୍ୟର ସବୁଠାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶେଷ ଯାଏଁ ବିଜେଡି ପାଇଁ ଯାଜପୁର ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଲଢେଇ କରିଥିଲେ ବି ପରାଜିତ ହୋଇଥିଲେ । ଯାଜପୁରରୁ ବିଜେପି ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା ବିଜୟୀ ହୋଇଛନ୍ତି । ତେବେ ଲୋକସଭାରେ ଏହା ବିଜେପିର ଏକ ବଡ ବିଜୟ ହୋଇଛି ।