ବୈଜୟନ୍ତଙ୍କ ଲେଖାକୁ ନେଇ ବିଜେଡିରେ ନିଆଁ ! ପ୍ରତାପ କହିଲେ, ବିଜେଡି ବଦଳରେ ବିଜେପି ସମର୍ଥନରେ ଲେଖା, ଦାମ ବି ରଖିଲେ ଉତର

47

କନକ ବ୍ୟୁରୋ : ବୈଜୟନ୍ତଙ୍କ ଲେଖାକୁ ନେଇ ଆଜି ବିଜେଡିରେ ପୁଣି ହଟଚମଟ ସୃଷ୍ଟି ହୋଇଛି । ବିଜେଡି ମୁଖପାତ୍ର ପ୍ରତାପ ଜେନା ଏହାକୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି ଏହା ଦଳୀୟ ବିଶୃଂଖଳା । ତାଙ୍କର ମତ ସେ ଉପଯୁକ୍ତ ଫୋରମରେ ରଖିପାରନ୍ତେ । ହେଲେ ସବୁବେଳେ ବିଜେପି ସପକ୍ଷରେ କହୁଥିବା ବେଳେ ବିଜେଡିକୁ ଆକ୍ଷେପ କରୁଛନ୍ତି କେନ୍ଦ୍ରାପଡ଼ା ସାଂସଦ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

ମନ୍ତ୍ରୀ ଦାମ ରାଉତ ମଧ୍ୟ ବୈଜୟନ୍ତଙ୍କ ଲେଖାକୁ ସମାଲୋଚନା କରିଛନ୍ତି । ଏହା ସହ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।

ସେପଟେ ବିଜେଡି ନେତାଙ୍କ ଟ୍ୱିଟ୍ -ଲେଖା ଓ ମନ୍ତବ୍ୟ ଯୁଦ୍ଧ ପରେ ମତ ରଖିଛନ୍ତି ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ । ସେ କହିଛନ୍ତି, ବିଜେପି ତାର ନିଜ ଦମରେ ଦଳର ଶକ୍ତି ବୃଦ୍ଧି କରୁଛି । ତେବେ ବିଜେଡି ଭିତରେ ବିଦ୍ରୋହ ପଦାରେ ପଡିଲାଣି ବୋଲି କହିଛନ୍ତି କେଭି ।