କନକ ବ୍ୟୁରୋ : ତାଳଚେର ଏମସିଏଲ ବିରୋଧରେ ଏକାଠି ହେଲେ ବିଜେଡି ନେତା । ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିବା, ସିଏସଆର ପାଣ୍ଠିର ସଦୁପଯୋଗ ନକରିବା, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ପ୍ରାପ୍ୟ ନଦେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ବିଜେଡି ନେତା । ଏହା ସହ ୫୫ ନମ୍ବର ଜାତୀୟ ରାଜପଥ ମରାମତିରେ ଶିଥିଳତାକୁ ନେଇ ଆନ୍ଦୋଳନ କରିଛନ୍ତି ବିଜେଡି ନେତା । ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ଦଳର ଅନ୍ୟ ବିଜେଡି ନେତା ସାମିଲ ହୋଇଥିଲେ ।

Advertisment