କନକ ବ୍ୟୁରୋ: ଶଙ୍ଖ ଭବନରେ ଧୁମଧାମରେ ପାଳନ ହେଉଛି ରଙ୍ଗର ପର୍ବ । ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଏକାଠି ହୋଇଛନ୍ତି ବହୁ ନେତା ଓ କର୍ମୀ । ପରସ୍ପରକୁ ରଙ୍ଗ ବୋଳି ହୋଲି ଖେଳୁଛନ୍ତି ନେତା ମାନେ । ଆଗକୁ ନିର୍ବାଚନ ଥିବାରୁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ । ଚଳିତ ନିର୍ବାଚନରେ ସମସ୍ତଙ୍କୁ ମତଦାନ କରିବା ପାଇଁ ଆହ୍ୱାନ କରିଛନ୍ତି ସଞ୍ଜୟ ଦାସବର୍ମା । ସେପଟେ ହୋଲି ପର୍ବ ସମସ୍ତଙ୍କ ମନରେ ଥିବା ମତାନ୍ତର ଓ ମନାନ୍ତର ଦୂର କରି ଏକାଠି କରିଥାଏ ବୋଲି କହିଛନ୍ତିି ମନ୍ତ୍ରୀ ଅଶୋକ ପଣ୍ଡା । ଏଥିସହ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା ।

Advertisment

ରଙ୍ଗର ପର୍ବ ହୋଲି ପାଳିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ ରାଉତରାୟ ଓ ବିଜେଡି କର୍ପୋରେଟର ଅମରେଶ ଜେନା ପରସ୍ପରକୁ ଅବିର ବୋଳି ହୋଲି ଖେଳିଛନ୍ତି । ଏହା ପରେ କଂଗ୍ରେସ ଭବନରେ ରଙ୍ଗ ଖେଳିଛନ୍ତି ସୁରେଶ ରାଉତରାୟ । କଂଗ୍ରେସ ନେତା ଓ କର୍ମୀଙ୍କ ସହ ମିଶି ବାଜା ବଜାଇ ଅବିର ଲଗାଇ ରଙ୍ଗର ପର୍ବ ହୋଲିକୁ ପାଳିଛନ୍ତି ସୁରେଶ ରାଉତରାୟ ।