କନକ ବ୍ୟୁରୋ: ସରିନି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦଶାହ କର୍ମ । କିନ୍ତୁ ବିଜେଡି ବିଧାୟକଙ୍କୁ ଘାରିଛି ଉପ ନିର୍ବାଚନ ଚିନ୍ତା । ଶୋକସଭାରେ ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ ଉପ ନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ବିଜେପି କହିଛି ଶାସକ ଦଳର ନେତା ସୌଜନ୍ୟତା ଭୁଲିଯାଇଛନ୍ତି ।
ଝାରସୁଗୁଡ଼ାରେ ଅନୁଷ୍ଠିତ ମନ୍ତ୍ରୀ ନବ ଦାସଙ୍କ ଶୋକସଭାରେ ଯୋଗ ଦେଇଥିଲେ ରାଉରକେଲା ବିଧାୟକ ସାରଦା ନାୟକ । କିନ୍ତୁ ଶୋକ ଯେତିକି ଥିଲା ତା’ଠାରୁ ଅଧିକ ଥିଲା ଉପ ନିର୍ବାଚନ ଚିନ୍ତା । ଶୋକସଭାରେ ରାଉରକେଲା ବିଧାୟକ ସାରଦା ନାୟକ ଉପ ନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବଡ଼ ବ୍ୟବଧାନରେ ଜିତିବା ପାଇଁ ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।
ଦଶାହ କର୍ମ ସରିନଥିବା ବେଳେ ଉପ ନିର୍ବାଚନ ପାଇଁ ବିଜେଡି ନେତାଙ୍କ ଚିନ୍ତାକୁ ନାପସନ୍ଦ କରିଛନ୍ତି ବିରୋଧୀ । ସେମାନେ ଅଭିଯୋଗ କରିଛନ୍ତି, ଶାସକ ଦଳର ନେତା ସୌଜନ୍ୟତା ଭୁଲିଯାଇଛନ୍ତି । ବିଜେଡି ସମ୍ବେଦନଶୀଳ ନହୋଇ ସବୁବେଳେ ନିର୍ବାଚନ କଥା ଚିନ୍ତା କରେ ବୋଲି କହିଛନ୍ତି ବିରୋଧୀ । ଏପଟେ ନବ ଦାସଙ୍କ ଏକାଦଶାହରେ ଯୋଗ ଦେବା ପାଇଁ ବିଜେଡିର ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଝାରୁସୁଗୁଡ଼ା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଝାରୁସୁଗୁଡ଼ା ଯାଇ ପରିବାର ବର୍ଗକୁ ସମବେଦନା ଜଣାଇ ପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/20-3.jpg)