୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ : କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ ?

10,380

କନକ ବ୍ୟୁରୋ : ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା । ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାଶଙ୍କୁ ୪ଜିଲ୍ଲାର ଦାୟିତ୍ୱ ମିଳିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି ।

ବାଲେଶ୍ୱର – ପ୍ରତାପ ଦେବ, ବରଗଡ – ସୁଧୀର ସାମଲ , ଭଦ୍ରକ – ପ୍ରତାପ ଜେନା, ବଲାଙ୍ଗୀର – ସୁଶାନ୍ତ ସିଂହ, ଦେବଗଡ – ଅମରେଶ ଜେନା, କଟକ – ପ୍ରଫୁଲ୍ଲ ମଲ୍ଲିକ, ଅନତୁ ସବ୍ୟସାଚ୍ଚୀଙ୍କୁ ଗଜପତି ଓ ରାୟଗଡା ଦାୟିତ୍ୱ ମିଳିଛି । ସେହିପରି ଜଗତସିଂହପୁର – ଅରୁଣ ସାହୁ, କନ୍ଧମାଳ – ବିଜୟ ନାୟକ, କେନ୍ଦ୍ରାପଡା – ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା – ରବୀନ୍ଦ୍ର ଜେନା , ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ମିଳିଛି ।

ନବରଙ୍ଗପୁର – ଈଶ୍ୱର ପାଣିଗ୍ରାହୀ, ନୟାଗଡ – ପଦ୍ମନାଭ ବେହେରା, ନୂଆପଡା – ସ୍ନେହାଙ୍ଗିନୀ ଛୁରିଆ, ପୁରୀ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସୁନ୍ଦରଗଡ – ପ୍ରୀତିରଞ୍ଜନ ଘଡେଇ, କଳାହାଣ୍ଡି – ପ୍ରଣବ ବଳବନ୍ତରାୟ, ଗଞ୍ଜାମ – ପ୍ରଦୀପ ଅମାତ. ବୌଦ୍ଧ – ସୌଭାଗ୍ୟ ନାୟକଙ୍କୁ ଦାୟିତ୍ୱ । ଅନ୍ୟପକ୍ଷରେ ଯାଜପୁର – ଅଶୋକ ପଣ୍ଡା, ଝାରସୁଗୁଡା – ସାରଦା ନାୟକ , ମୟୂରଭଞ୍ଜ – ପ୍ରଶାନ୍ତ ମୁଦୁଲି ଏବଂ ସୁବର୍ଣ୍ଣପୁର – ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୁଜାରୀ, ନଳିନୀ ପ୍ରଧାନ । କିଛି ଦିନ ତଳେ ବିଜେପି ରାଜ୍ୟ ମୁଖିଆ ପରିବର୍ତ୍ତନ କରିବା ପରେ ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ରାଜନୀତିକୁ ଅଧିକ ସରଗରମ କରିଛି ।