କନକ ବ୍ୟୁରୋ: ବିଜେପିର ମେଗା ପ୍ରେସମିଟ୍ ପରେ ହିନ୍ଦୋଳ ପ୍ରଚାର ମଞ୍ଚରୁ ଏହାର ଜବାବ ଦେଇଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । କହିଛନ୍ତି, ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ, କହିଲେ ଓଡିଶାବାସୀଙ୍କୁ ମାଗଣା ବିଜୁଳି ଦେବେ । ହେଲେ ଓଡିଶାବାସୀ ଜାଣିବା ଦରକାର ନିଜକୁ ୫୦ ହଜାର ଟଙ୍କା ବିନିମୟରେ ଘର ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ବିଜେପି ସୂର୍ଯ୍ୟରୁ ବିଜୁଳି ଦେବ । ବିଜେପି ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି । ହେଲେ ଓଡିଶାବାସୀ ମନେରଖନ୍ତୁ ଯେଉଁଦିନ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେଦିନ ପ୍ରଥମେ ଏହି ପ୍ରତିଶ୍ରୁତି ଉପରେ ଦସ୍ତଖତ କରିବେ, ବିଜୁଳି ବିଲ୍ ରଦ୍ଦ କରିବେ । ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ମିଳିବ । ଏହା ନବୀନଙ୍କ ପ୍ରତିଶ୍ରୁତି’ ।
‘ବିଜେପି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏତେ ମିଛ କଥା କହୁଛନ୍ତି । ମହାପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ଭଗବାନ୍ ବିଜେପି ନେତାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ । କାରଣ ମିଛ କଥା କହିବାର ସୀମା ଥାଏ ।ଏତେ ମିଛକଥା ଓଡିଶାବାସୀ ଗ୍ରହଣ କରିପାରିବେନି’ ବୋଲି କହିଛନ୍ତି ପାଣ୍ଡିଆନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/33-12.jpg)