‘ମାତ୍ର ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ଛତିଶଗଡ ସହ ହାତ ମିଳାଇ ମହାନଦୀକୁ ମାରିଦେବାକୁ ଷଡଯନ୍ତ୍ର କରିଥିଲେ କେନ୍ଦ୍ରମନ୍ତ୍ରୀ ’: ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ ।

Advertisment
‘ମାତ୍ର ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ଛତିଶଗଡ ସହ ହାତ ମିଳାଇ ମହାନଦୀକୁ ମାରିଦେବାକୁ ଷଡଯନ୍ତ୍ର କରିଥିଲେ କେନ୍ଦ୍ରମନ୍ତ୍ରୀ ’: ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ ।

କନକ ବ୍ୟୁରୋ: ନିର୍ବାଚନ ଭିତରେ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହେଉଛି ବାକ୍ ଯୁଦ୍ଧ । ଆଜି ବିଜେପି ପ୍ରେସମିଟ୍ କରିବା ପରେ ବିଜେଡି ମଧ୍ୟ ପ୍ରେସମିଟ୍ କରି ବିଜେପି କେନ୍ଦ୍ରଅମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛି । ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, ‘ମହାନଦୀ ପ୍ରକଳ୍ପରେ କେନ୍ଦ୍ରମନ୍ତ୍ରୀ ପୁଣିଥରେ ଷଡଯନ୍ତ୍ର ରଚିଥିଲେ । ମାତ୍ର ଗୋଟିଏ ରାଜ୍ୟ ସଭା ସିଟ୍ ପାଇଁ କେନ୍ଦ୍ରମନ୍ତ୍ରୀ ଛତିଶଗଡ ସରକାରଙ୍କ ସହ ହାତ ମିଳାଇ ମହାଦନଦୀକୁ ମାରିଦେବାକୁ ବସିଥିଲେ । ଏବେ ଛତିଶଗଡରୁ ୪୦ – ୫୦ ନେତାଙ୍କୁ ଆଣି ସମ୍ବଲପୁରରେ ରଖିଛନ୍ତି , ସେମାନଙ୍କୁ ପ୍ରଚାରରେ ଲଗାଇବେ । ଛତିଶଗଡ ପାଇଁ ଓକିଲାତି କରୁଥିବା କେନ୍ଦ୍ରମନ୍ତ୍ରୀ କେବଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ଓଡିଶାର ସ୍ୱାର୍ଥ କଥା ବଖାଣୁଛନ୍ତି । ହେଲେ ତାଙ୍କ ପ୍ରକୃତ ରୂପ କାହାକୁ ଅଛପା ନାହିଁ । ଆଗକୁ ତାଙ୍କର ଏଭଳି କୂଚକ୍ରର ପରିଣାମ ତାଙ୍କୁ ଓଡିଶାବାସୀ ପୁଣି ଦେଖାଇବେ’ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe