କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପଡିବା ପରେ, ସକ୍ରିୟ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି ଦଳର ନେତା । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହେବାକୁ ଯାଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳରେ ନିଜର ଦମ୍ ଦେଖାଇଛନ୍ତି । କଣାସ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହଶହ କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରା କରି ସତ୍ୟବାଦୀରେ ବି ତାଙ୍କ ପଛରେ ଜନ ସମର୍ଥନ ଥିବା ଦେଖାଇଛନ୍ତି । ଏଥିସହିତ ବିଜେପିର କିଛି ନେତାଙ୍କୁ ଆଣି ମଧ୍ୟ ଶଙ୍ଖ ଭବନରେ ବିଜେଡିରେ ସାମିଲ କରାଇଛନ୍ତି । ସେହିପରି ମେଣ୍ଟ ହେଉନଥିବା ସଙ୍କେତ ପାଇବା ପରେ, ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଘରେ ପହଞ୍ଚି ସମର୍ଥକମାନେ ଶୁଭେଛା ଜଣାଇଛନ୍ତି ।
ବିଜେଡି ନେତାଙ୍କ ଭଳି ବିଜେପି ନେତା ବି ସକ୍ରିୟ ହୋଇଛନ୍ତି । ବେଶ କିଛି ଦିନ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ରାଜ୍ୟରେ ପିଇବା ପାଣି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ଘରେ ଘରେ ପାଣି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ମୁକେଶ ମହାଲିଙ୍ଗ ।
କେବଳ ଏତିକି ନୁହେଁ, ବିଜେଡି ଓ ବିଜେପି ନେତାମାନେ ନିଜ ନିଜ ଅଞ୍ଚଳରେ କର୍ମୀ ସମ୍ମିଳନୀ ଓ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଲଢ଼େଇ ପାଇଁ ସେନାକୁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/1111-2.jpg)