କନକ ବ୍ୟୁରୋ : ମେଂଟ ଚର୍ଚ୍ଚା ମଉଳିବା ପରେ ଏବେ ରାଜନୈତିକ ଦୃଶ୍ୟ ବଦଳିଛି । ମଇଦାନକୁ ଓହ୍ଲାଇଲେଣି ନେତା । ନିଜ ନିଜ ଅଂଚଳରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଆଜି ଶଙ୍ଖ ଭବନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସଂଜୟ ଦାସବର୍ମା । ସତ୍ୟବାଦୀରୁ ପ୍ରାର୍ଥୀ ହେବା ନେଇ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ଦଳୀୟ କାର୍ଯ୍ୟାଳୟରେ ବଡ ମିଶ୍ରଣ ପର୍ବ କରିଛନ୍ତି । ସତ୍ୟବାଦୀ ନିର୍ବାଚନ ମଣ୍ଡଳି କଣାସ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶତାଧିକ ଜନ ପ୍ରତିନିଧିଙ୍କୁ ବିଜେଡିରେ ମିଶାଇଛନ୍ତି । ଅର୍ଥାତ୍ ସଂଜୟ ସତ୍ୟବାଦୀରୁ ଲଢିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପଟେ ଏ ହେଉଛି ଶାସକ ଦଳର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସରକାରୀ ବାସ ଭବନ । ମେଂଟ ଚର୍ଚ୍ଚାକୁ ନେଇ କିଛି ଦିନ ଦେବ ଉଭୟ ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ଥିଲେ । ଗତକାଲି ଏକା ଲଢିବା ନେଇ ସ୍ପଷ୍ଟ ହେବା ପରେ କର୍ମୀ ଏବେ ରାଜଧାନୀ ମୁହାଁ ହୋଇ ନେତାଙ୍କୁ ଫୁଲତୋଡା ଦେଉଛନ୍ତି ।

Advertisment