କନକ ବ୍ୟୁରୋ : ରାଜନୀତିରେ ବିରୋଧର ଚ୍ୟାଲେଞ୍ଜ । ନେତାଙ୍କୁ ବିରୋଧ କରୁଛନ୍ତି ବିପକ୍ଷ ଦଳର କର୍ମୀ । ହେଲେ ଏହାକୁ ଖାତିର ନକରି ସଭା ଓ ପ୍ରଚାର କରୁଛନ୍ତି ନେତା । ଧାମନଗରର କାଁପଡାରେ ବୁଧବାର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ହେଲେ ଏହାପରେ ସେ ଗୁରୁବାର ସେଠାରେ ପୁଣି ସଭା କରିଛନ୍ତି ପ୍ରମିଳା । ବୁଧବାର କାଁପଡାରେ ପ୍ରଚାର କରିବାକୁ ଯାଇଥିବାବେଳେ ଲୋକେ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ମନ୍ତ୍ରୀ କାର ଭିତରେ ବସିଥିଲେ । ଆଉ ଲୋକମାନେ ତାଙ୍କୁ ଅଟକାଇ ବିଭିନ୍ନ ପ୍ରଶ୍ନ କରି ଜବାବ ମାଗିଥିଲେ ।

Advertisment

ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ବିେରୋଧ ପେରେ ମନ୍ତ୍ରୀ ସେଠାରେ ଆଉ ସଭା କରିବେ କି ନାହିଁ, ତା ଉପରେ ସମସ୍ତିଙ୍କ ନଜର ଥିଲା । ହେଲେ ପ୍ରମିଳା ପୁଣି ସେହି ସ୍ଥାନରେ ଜିଦରେ ସଭା କରିଛନ୍ତି । କାଁପଡା ହେଉଛି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ନିଜ ଗାଁ । ଏହି ଗାଁରେ ପୁଣି ସଭା କରି ରାଜେନ୍ଦ୍ର ଦାସ ସମର୍ଥକ ଓ ବିଜେପି ଉପରେ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ପରିସ୍ଥିତିକୁ ଦୃଷ୍ଟିରେ ରଖି କାଁପଡାରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ସେଠାରେ ଛକାପଞ୍ଝା ପରିସ୍ଥିତି ଲାଗି ରହିଛି ।