କନକ ବ୍ୟୁରୋ : ଗତ କିଛି ଦିନ ଧରି ପୂର୍ବତନ ସାଂସଦ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦଳକୁ ନେଇ ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ ଅକ୍ଟୋବର ୧୩ ତାରିଖ ଦିନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମାରାଥାନ ଆଦି ରନ୍-୨୦୨୩ ।

Advertisment

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଥିତିଙ୍କ ସହ ସ୍ୱତନ୍ତ୍ର ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ଶେଷ ମୂହୁର୍ତ୍ତରେ ପ୍ରଦୀପ ମାଝୀଙ୍କ ଦେଖାନଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ରାୟଗଡା ବିଧାୟକ, ଗୁଣୁପୁର ବିଧାୟକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଅନୁପସ୍ଥିତ ଥିଲେ ପ୍ରଦୀପ ମାଝୀ । ଫଳରେ ସେ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠିଥିଲା । ଏବେ ସେ ହସ୍ପିଟାଲରେ ଅଛନ୍ତି ।

ଗୋଡ଼ରେ ଆଘାତ ଯୋଗୁଁ ଅସ୍ତ୍ରୋପଚାର ହୋଇଛି ଓ ଫିଜିଓ ଥେରାପୀ ଚାଲିଛି । ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳ ସହ ରହିଛନ୍ତି । ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗୁରୁ ଦାୟିତ୍ୱରେ ଅଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ କାମ ତ୍ୱରାନ୍ୱିତ କରିବେ । ଏବଂ ନିର୍ବାଚନ ଲଢ଼ିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ, ଯାହା ଦଳୀୟ ନିର୍ଦ୍ଦେଶ ଆସିବ ତାଙ୍କୁ ପାଳନ କରିବେ ବୋଲି କହିଛନ୍ତି ପ୍ରଦୀପ ମାଝୀ ।