ବିଜେପିର ଦୃଢ଼ୋକ୍ତି, ବିଜେଡିର କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି କହିଲେ ବିଜେଡି ନେତା ନୃସିଂହ ଚରଣ ସାହୁ, ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଓ ଶପଥ ଗ୍ରହଣରେ ଆସିବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ

87

କନକ ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରଙ୍କ ଦୃଢ଼ୋକ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ହିମନ୍ତ ବିଶ୍ୱଶର୍ମାଙ୍କୁ ପାଲଟା ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଦେଇଛି ବିଜେଡି । ୨୦୨୪ରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ଏବଂ ଶପଥ ଗ୍ରହଣକୁ ଆସିବାକୁ ଯଦି ଆଗ୍ରହ ଅଛି ତେବେ ହିମନ୍ତ ବିଶ୍ୱଶର୍ମା ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସମାନ ଢଙ୍ଗରେ ସମାଲୋଚନା କରିଛନ୍ତି ବିଧାୟକ ଶଶୀଭୂଷଣ ବେହେରା । କହିଛନ୍ତି ଦୀବାସ୍ୱପ୍ନ ଦେଖିବାକୁ କାହାରିକୁ ମନା ନାହିଁ । ଗତକାଲି ଓଡ଼ିଶା ଗସ୍ତରେ ଆସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶାରେ ବିଜେପି ସରକାର ଗଠନ କରିବବୋଲି କହିଥିଲେ । ଏବଂ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।