କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ବିଜେଡି ଝାରସୁଗୁଡା ବିଧାୟକ ପ୍ରାର୍ଥୀ ନବ ଦାସଙ୍କ ବିବାଦୀୟ ବୟାନ । ସମ୍ବଲପୁର ଲୋକସଭା କ୍ଷେତ୍ର କୁଚିଣ୍ଡା ନିର୍ବାଚନ ମଣ୍ଡଳିରେ ଆୟୋଜିତ ନିର୍ବାଚନୀ ସଭାରେ ନବ ଦାସ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସେ କହିଛନ୍ତି ଯଦି ଆପଣଙ୍କ ଅଂଚଳରେ ମରୁଡି ହୋଇନଥିଲେ ବି ମିଳିବ ମରୁଡି କ୍ଷତିପୂରଣ ।
ଗତ ୨ ଦିନ ତଳେ କୁଚିଣ୍ଡା ବାମରାରେ ହୋଇଥିବା ଦଳୀୟ ଜନସଭାରେ ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାୟକଙ୍କ ପାଇଁ ପ୍ରଚାର କରିବା ବେଳେ ଏମିତି କିଛି କହିଛନ୍ତି ନବ ଦାସ । କହିଛନ୍ତି ରାଜ୍ୟରେ ବିଜେଡି ସରକାର ଆସିଲେ କୁଚିଣ୍ଡାବାସୀଙ୍କ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/NABADAS-GFX.png)
/kanak/media/post_attachments/wp-content/uploads/2019/04/4-300x157.jpg)