ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର : ମନ୍ତ୍ରୀ ସାରାଦା ନାୟକ ଓ ପ୍ରୀତି ରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ

208

କନକ ବ୍ୟୁରୋ : ମନ୍ତ୍ରୀ ସାରଦା ନାୟକ ଏବଂ ପ୍ରୀତି ରଞ୍ଜନ ଘଡେଇ ସୁନ୍ଦରଗଡରେ ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି । ରାଜ୍ୟ ବିଜେଡି ଉପସଭାପତି ମଙ୍ଗଳା କିଷାନ ଏହା କହିଛନ୍ତି । ନିକଟରେ ବିଜେଡି ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛି । ଏହାପରେ ମଙ୍ଗଳା କିଷାନ ଦୁଇ ମନ୍ତ୍ରୀଙ୍କ ବିରୋଧରେ ବିଷେଦଗାର କରିଛନ୍ତି ।

ବିନା କାରଣରେ ରବୀନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି । ରାଜଗାଙ୍ଗପୁରରେ ସାରଦା ସମାନ୍ତରଳ ଭାବେ ସଙ୍ଗଠନ ତିଆରି କରୁଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଗତ ବିଧାନସଭା ନିର୍ବାଚନରେ ତାଙ୍କର ପରାଜୟ ପଛରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ହାତ ଥିଲା ବୋଲି କହି ପରୋକ୍ଷରେ ସାରଦାଙ୍କୁ ଇଙ୍ଗିତ କରିଛନ୍ତି ମଙ୍ଗଳା କିଷାନ । ଆଗକୁ ନିର୍ବାଚନ ଥିବା ବେଳେ ଦଳକୁ ଦୁର୍ବଳ କରିବା ପରିବର୍ତ୍ତେ ମଜବୁତ କରିବାକୁ ସେ ଆହ୍ୱାନ କରିଛନ୍ତି ।