କନକ ବ୍ୟୁରୋ: ଓଡ଼ିଆ ଅସ୍ମିତା ନେଇ ବିଜେଡିର ଆକ୍ରମଣ, ପ୍ରେସମିଟ୍ କରି ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ବୁଧବାର ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀ କହି କହିଛନ୍ତି ଯେ, ବାରମ୍ବାର ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି । ବିଜେପି ଯେଉଁପରି ଭାବେ ଓଡ଼ିଆ ଅସ୍ମିତା କଥା ନିର୍ବାଚନ ପୂର୍ବରୁ ଉଠାଇଲେ, ଲାଗିଲା ଶାସନକୁ ଆସି ଓଡ଼ିଆ ଅସ୍ମିତା ଚନ୍ଦ୍ରରେ ରହିବ, ହେଲେ ଏବେ ଯାହା ଦେଖୁଛୁ ଓଡ଼ିଆ ଅସ୍ମିତାଙ୍କୁ ସେମାନେ ବେଜିତ୍ ଓ ନିଲାମ କରିବାକୁ ଆସିଛନ୍ତି । ମନ୍ତ୍ରୀ ଓଡ଼ିଆ ଲେଖିକି ପଢିପାରୁନାହାଁନ୍ତି, ଚିହ୍ନିପାରୁନାହାଁନ୍ତି । ଭାରତ ମାତା କି ଜୟ ଜାଗାରେ, ଡାରତ ମାତା କି ଜୟ ବୋଲି ଲେଖୁଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ ନା ଓଡିଆ କହିପାରୁଛନ୍ତି, ନା ଇଂରାଜୀ କହିପାରୁଛନ୍ତି ।
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଓଡ଼ିଆ ଜାଣିନାହାଁନ୍ତି, ହେଲେ ଆମକୁ ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ଆସିଛନ୍ତି । ସେମାନେ ଓଡ଼ିଆ ଅସ୍ମିତାର ଉତ୍ଥାନ କରି ପାରିବେ ନାହିଁ । ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଯାଉଛନ୍ତି ନିର୍ଦ୍ଦେଶ ନେବାକୁ, କେନ୍ଦ୍ର ଅସ୍ମିତା ରକ୍ଷା କରିବାକୁ ସେ ଆସିଛନ୍ତି । ଏଠି CMO ନୁହେଁ PMO ର ବ୍ରାଞ୍ଚ ଅଫିସ ଆସିଛି । ଯାହାକି ଓଡ଼ିଆ ଅସ୍ମିତା ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି । ଏହାସହ ଲୋକେ ଜାଣିଲେଣି, ସେମାନେ ମିଛ କହି ସରକାର କରିଲେ, ହେଲେ ପ୍ରତିଶ୍ରୁତି ପାଳନ କରି ପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/25-10.jpg)