ପଂଚାୟତ ନିର୍ବାଚନ ନେଇ ପୁଣି ଦାମ ଛାଡିଲେ ବାଣ ! କହିଲେ ଭଲ ପ୍ରାର୍ଥୀ ଦେଇଥିଲେ ବାଜିମାତ୍ କରିଥାନ୍ତା ବିଜେଡି

26

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ନେଇ ପୁଣି ଦାମ ଛାଡିଲେ ବାଣ । କହିଛନ୍ତି ଭଲ ପ୍ରାର୍ଥୀ ଦେଇଥିଲେ ବାଜିମାତ କରିଥାନ୍ତା ବିଜେଡି । ଏହାସହ ନିର୍ବାଚନ ସମୟରେ ଉପୁଜିଥିବା ନିର୍ବାଚନୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି, ସେ ଏଭଳି ନିର୍ବାଚନ କେବେ ଦେଖିନାହାନ୍ତି । ଏହା ଏକ ଅଦ୍ଭୁତ ନିର୍ବାଚନ । ସମ୍ପତି ଓ କ୍ଷମତା ଲୋଭ ଯୋଗୁଁ ହିଂସାକାଣ୍ଡ ବଢୁଥିବା କହିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ।

ଏହାସହ ବିଜେପି ଏହାକୁ ବଢାଇଥିବା ସେ କହିଛନ୍ତି । ଏହାସହ ମୋଦି ସରକାରଙ୍କ କଟାକ୍ଷ କରି କହିଛନ୍ତି ମୋଦି ଓ ବିଜେପି ପ୍ରଚାର ସର୍ବସ୍ୱ । ନରେନ୍ଦ୍ର ମୋଦି ସରକାର କ୍ଷମତା ଲୋଭରେ ଅନ୍ୟାୟ କରୁଛନ୍ତି । ଯାହା ବିଜେଡି ଲୋକଙ୍କ ଆଗରେ ଉପସ୍ଥାପନ କରିପାରୁନାହିଁ । ଲୋକଙ୍କୁ ତାଙ୍କ ହକ୍ ନଜଣେ ବିଜେଡି ଲୁଚେଇ ରଖିଥିବା କହିଛନ୍ତି ଦାମୋଦର ରାଉତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-