ଦାମ ରାଉତ ବିଜେପିରେ ଯୋଗ ଦେବା ପ୍ରସଙ୍ଗ: ବିଷ୍ଣୁ ଦାସ କହିଲେ, ଶୁଖିଲା ପଦ୍ମ ନାଡ ଧରି ବଙ୍ଗୋପସାଗରରେ ଉବୁଟୁବୁ ହେବେ ଦାମ

130

କନକ ବ୍ୟୁରୋ: ଦାମ ରାଉତ ବିଜେପିରେ ଯୋଗଦେବା ପରେ ମୁହଁ ଖୋଲିଲେ ବିଜେଡି ନେତା ବିଷ୍ଣୁ ଦାସ । ନିଜ ଅନ୍ଦାଜରେ ଦାମଙ୍କୁ କଟାକ୍ଷ କରି ବିଷ୍ଣୁ କହିଛନ୍ତି ଯେ, ପ୍ରସଙ୍ଗରେ ଦାମ କେବେବି ତାଙ୍କର ପ୍ରତିଦ୍ୱନ୍ଦୀ ନଥିଲେ ଏବଂ ଦାମ ବିଜେପିକୁ ଗଲେ କିଛି ପ୍ରଭାବ ପଡିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ବିଷ୍ଣୁ । ଏପରିକି ଦାମ କେତେବେଳେ କଣ କହନ୍ତି ତାହା ସେ ନିଜେ ବି ଜାଣିନାହାଁନ୍ତି ବୋଲି ସମାଲୋଚନା କରିଛନ୍ତି ବିଷ୍ଣୁ । ଶୁଖିଲା ପଦ୍ମ ନାଡ ଧରି ଦାମବାବୁ ବଙ୍ଗୋପସାଗରରେ ଉବୁଟୁବୁ ହୋଇ ବୁଡିଯିବେ ବୋଲି କହି କଟାକ୍ଷ କରିଛନ୍ତି ବିଷ୍ଣୁ ଦାସ ।

bishnu das

ସେହିଭଳି ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଷ୍ଣୁ । କହିଛନ୍ତି କି, ବିଜେପି ନେତାମାନେ ଦଳିତଙ୍କ ଘରେ ଖାଇବାକୁ ଯାଉଛନ୍ତି କିନ୍ତୁ ସବୁବେଳେ ଜାତିଆଣ ମନ୍ତବ୍ୟ ଦେଉଥିବା ଦାମଙ୍କୁ ଦଳରେ କିଭଳି ସାମିଲ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଷ୍ଣୁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯଦି ମୋ ଉପରେ ଆସ୍ଥା ପ୍ରକଟ କରିବେ ମୁଁ ନିଶ୍ଚୟ ତାଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ନେତା ବିଷ୍ଣୁ ଦାସ ।

ଗତ ୧୪ ତାରିଖ ସଂଧ୍ୟାରେ ବିଜେପିରେ ଯୋଗ ଦେଇ ଦାମ କହିଥିଲେ ଯେ, ସେ ନିଜ ଜନ୍ମମାଟି ଏରସମା-ବାଲିକୁଦାରୁ ଲଢିବାକୁ ଆଗ୍ରହୀ ଅଛନ୍ତ । ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ କରିନଥିଲେ ବି ଦାମ ତାଙ୍କ ପୁଅ ପାଇଁ ପାରାଦୀପ ଆସନ ଛାଡିଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।