କନକ ବ୍ୟୁରୋ: ପିପିଲିରେ ୧୯ ହଜାର ଭୋଟ ଆଗରେ ବିଜେଡି । ପିପିଲି ଆସନ ପାଇଁ ଭୋଟ ଗଣତି ହେଉଥିବା ବେଳେ ୧୭ତମ ରାଉଣ୍ଡ ସୁଦ୍ଧା ୧୯ ହଜାରରୁ ଅଧିକ ଭୋଟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୧୭ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୪୪୮୮ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୫୯୫ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୬୦ ଖଣ୍ଡ ଭୋଟ ।
୧୭ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୬୭୯୨୫ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୪୮୫୯୭ଟି ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଏଯାବତ୍ ୩୨୯୩ଟି ଭୋଟ ପାଇଛନ୍ତି । ୧୭ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୯୩୨୮ ଖଣ୍ଡ ଭୋଟରେ ଆଗୁଆ ରହିବା ସହ ବିଜୟର ନିକଟତର ହେଉଛନ୍ତି । ଅନ୍ୟପଟେ ୧୭ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ବିଜେଡି କର୍ମୀ ମାନେ ବାଣ ଫୁଟାଇ ଉତ୍ସବ ପାଳିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।