ପିପିଲି ଫଳାଫଳ :ସପ୍ତମ ରାଉଣ୍ଡରେ ରୁଦ୍ର ଆଗୁଆ, ଆଶ୍ରିତ ପଛୁଆ । ଜାଣନ୍ତୁ ଏଯାଏଁ କଂଗ୍ରେସକୁ ମିଳିଛି କେତେ ଭୋଟ?

358

କନକ ବ୍ୟୁରୋ : ପିପିଲି ପାଇଁ ଭୋଟଗଣତି ଚାଲିଥିବା ବେଳେ ବିଜେଡି ପ୍ରତି ରାଉଣ୍ଡରେ ଆଗୁଆ ରହିବା ସହ ବିଜୟ ଅଭିମୁଖେ ପାଦ ବଢାଉଛି । ଅନ୍ୟପଟେ ବିଜେପି ସେଭଳି ଟକ୍କର ଦେବାରେ ଏଯାବତ ବିଫଳ ହୋଇଛି । କଂଗ୍ରେସ ଆଶାନୁରୂପକ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ସପ୍ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୪୦୫୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୭୪୯ଟି ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୨୪୩ଟି ଭୋଟ ପାଇଛନ୍ତି । ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୧୩୦୬ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି । ସେହିଭଳି ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୨୭୫୧୭ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୧୯୮୮୭ଟି ଭୋଟ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୨୦୨୭ଟି ଭୋଟ ମିଳିଛି । ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୬୩୦ ଭୋଟରେ ଆଗରେ ରହିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।