କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆଗୁଆ ରହିଛି ବିଜେଡି । ଅପରାହ୍ନ ସାଢେ ୪ଟା ସୁଦ୍ଧା ୧୦ଟି ଜୋନର ଗଣତି ଚାଲୁଥିବାବେଳେ ତା ଭିତରୁ ଶାସକ ଦଳ ବିଜେଡି ୭ଟି ଆସନରେ ଆଗୁଆ ଅଛି । ସେହିପରି ବିରୋଧୀ ବିଜେପି ମଧ୍ୟ ୩ଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ଟ୍ରେଣ୍ଡରେ ଦେଖିବାକୁ ମିଳୁଛି । ହେଲେ ଏଥର କିନ୍ତୁ ଖୋର୍ଦ୍ଧାରେ ହାତ ଟେକି ପାରିନି କଂଗ୍ରେସ । ଦଳ ଏଯାବତ ସମସ୍ତ ଆସନରେ ପଛୁଆ ଚାଲୁଥିବାବେଳେ କୌଣସି ଆସନରେ ମଧ୍ୟ ଆଗୁଆ ହୋଇପାରିନି ।

Advertisment

ଖୋର୍ଦ୍ଧା ଜିଲ୍ଲାରେ ଏଥର ବିଜେପି ଜୋରଦାର ପ୍ରଚାର କରିଥିଲା । ବିଶେଷକରି ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ ବୁଲି ବୁଲି ବିଜେପି ପାଇଁ ପ୍ରଚାର କରିଥିଲେ । ହେଲେ ବିଜେପି କିନ୍ତୁ ପ୍ରଚାର ଅନୁସାରେ ଭୋଟ୍ ଜୁଟାଇପାରିନି । ସେହିପରି ପ୍ରଚାରରେ ପଛରେ ପଡିଥିବା କଂଗ୍ରେସ, ଭୋଟରେ ମଧ୍ୟ ପଛରେ ପଡିଛି । ଆଉ ଶାସକ ଦଳ ବିଜେଡି ବିରୋଧୀଙ୍କୁ ମାତ୍ ଦେଇ ଏବେ ଟ୍ରେଣ୍ଡରେ ଆଗରେ ରହିଛି ।