ପିପିଲି ଫଳାଫଳ : ୬ଷ୍ଠ ରାଉଣ୍ଡରେ ବି ବିଜେଡି ଆଗରେ । ବହୁତ ପଛରେ ପଡିଛି କଂଗ୍ରେସ । 

173

କନକ ବ୍ୟୁରୋ : ପିପିଲି ପାଇଁ ଭୋଟ ଗଣତି ଚାଲିଥିବା ବେଳେ ପ୍ରତି ରାଉଣ୍ଡରେ ଆଗରେ ରହୁଛି ବିଜେଡି । ଏବେସୁଦ୍ଧା ୬ଟି ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ପୁଣି ଆଗରେ ରହିଛି ବିଜେଡି । ୬ଷ୍ଠ ରାଉଣ୍ଡରେ ୫୩୭ ଭୋଟରେ ଆଗରେ ରହିଛି ବିଜେଡି ।

୬ଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୩୩୩୭ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୮୦୦ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ଏଯାଏଁ ୩ ଅଙ୍କ ଟପି ପାରିନାହିଁ । ୬ଷ୍ଠ ରାଉଣ୍ଡରେ ବି କଂଗ୍ରେସ ପ୍ରାର୍ଥୀ ୨୩୯ଟି ଭୋଟ ପାଇଛନ୍ତି । ସେହିଭଳି ନୋଟାରେ ଏଯାଏଁ ୨୪୮ଟି ଭୋଟ ପଡିଛି ।

୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୩୪୬୨ଟି ଭୋଟ ପାଇଥିବା ବେଳେ ବିଜେପି ୧୭୧୩୮ଟି ଭୋଟ ପାଇଛି । ସେହିଭଳି କଂଗ୍ରେସକୁ ମିଳିଛି ମାତ୍ର ୧୭୮୪ଟି ଭୋଟ । ଏହାସହ ମୋଟ ୬୩୨୪ ଭୋଟରେ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିବା ସହ ବିଜୟ ଆଡକୁ ମୁହାଁଇଛନ୍ତି ।

ପଞ୍ଚୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।