ପିପିଲି ଫଳାଫଳ : ପଞ୍ଚମ ରାଉଣ୍ଡ । ଆଗରେ ବିଜେଡି, ପଛରେ ବିଜେପି, ହାତ ଉଠାଇପାରୁନି କଂଗ୍ରେସ ।

168

କନକ ବ୍ୟୁରୋ : ପିପିଲିରୁ ଆସିଲା ପଞ୍ଚମ ରାଉଣ୍ଡ ଫଳାଫଳ । ଆଗରେ ବିଜେଡି, ପଛରେ ବିଜେପି । ଶକ୍ତି ଜୁଟାଇ ଉଠି ପାରୁନି କଂଗ୍ରେସର ହାତ । ପଞ୍ଚମ ରାଉଣ୍ଡରେ ବିଜେଡି ୬୪୭ ଭୋଟରେ ଆଗୁଆ ରହିଛି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୭୮୭ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି ।

ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୩୧୫୭ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୫୧୦ଟି ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ୧୬୩ଟି ଭୋଟ ହାତେଇଛନ୍ତି । ତେବେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୦୧୨୫ ଭୋଟ, ବିଜେପିକୁ ୧୪୩୩୮ଟି ଭୋଟ ଓ କଂଗ୍ରେସକୁ ୧୫୪୫ଟି ଭୋଟ ମିଳିଛି । ଭୋଟ ଗଣତି ଯେତେ ଆଗକୁ ବଢୁଛି ପିପିଲି ଫଳାଫଳ ସେତିକି ରୋଚକ ହେଉଛି ।

ପଞ୍ଚୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।