ପିପିଲି ଫଳାଫଳ : ବିଜେଡି ଆଗରେ, ବିଜେପି ପଛରେ । ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ସୂଚନା, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ?

255

କନକ ବ୍ୟୁରୋ : ପିପିଲି ଆସନ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ ଥିବା ସୂଚନା । ଦ୍ୱିତୀୟ ରାଉଣ୍ଡରେ ୧୯୧୧ ଖଣ୍ଡ ଭୋଟରେ ବିଜେଡି ଆଗୁଆ ସୂଚନା । ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୪୯୭୫, ବିଜେପିକୁ ୩୦୬୪ ଓ କଂଗ୍ରେସକୁ ୨୧୫ଟି ଭୋଟ ମିଳିଥିବା ସୂଚନା । ଆଉ ଏହାସହ ମୋଟ ଦୁଇଟି ରାଉଣ୍ଡରେ ବିଜେଡି ୩୩୧୭ ଭୋଟରେ ଆଗୁଆ ରହିଛି ବିଜେଡି ।

ପ୍ରଥମ ରାଉଣ୍ଡରେ ବିଜେଡି ୪୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ ମିଳିଛି । ସେହିଭଳି ଉଭୟ ରାଉଣ୍ଡ ଶେଷ ସୁଦ୍ଧା ନୋଟାରେ ପଡିଛି ୯୦ ଭୋଟ ।

ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।