ପିପିଲି ଫଳାଫଳ : ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ?

201

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ଚାଲଛି ଭୋଟ ଗଣତି । ମୋଟ ୨୪ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ୧୪୦୬ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି ।

ପ୍ରଥମ ରାଉଣ୍ଡରେ ବିଜେଡି ୪୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ ମିଳିଛି । ଖୁବ୍ କମ ସମୟରେ ଏତେ ସଂଖ୍ୟକ ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ପ୍ରଥମ ରାଉଣ୍ଡରେ ଆଗୁଆ ରହିବା ପରେ ବିଜେଡି ଶିବିରରେ ବାଣ ଫୁଟାଇ ଉତ୍ସବା ମନାଯାଉଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏହା ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।