ଆସିଲା ୩ୟ ରାଉଣ୍ଡ ଫଳାଫଳ । ରୁଦ୍ର ଆଗରେ, ଆଶ୍ରିତ ପଛରେ । ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ?

209

କନକ ବ୍ୟୁରୋ : କିଏ ମାରିବ ପିପିଲିରେ ବାଜି? ପିପିଲିର ନୂଆ ବିଧାୟକ କିଏ ହେବ? ଏହା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି । ପିପିଲି ପାଇଁ ଭୋଟ ଗଣତି ଚାଲିଥିବା ବେଳେ ତୃତୀୟ ରାଉଣ୍ଡରେ ବି ଆଗରେ ରହିଛି ବିଜେଡି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫୦୪୪ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ତୃତୀୟ ରାଉଣ୍ଡରେ ବିଜେଡି ୪୫୮୧ ଭୋଟ ପାଇଥିବା ବେଳେ ବିଜେପି ୨୮୫୪ ଓ କଂଗ୍ରେସ ୧୯୯ଟି ଭୋଟ ପାଇଛି । ସେହିଭଳି ନୋଟାରେ ପଡିଛି ୫୭ ଭୋଟ । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୩୬୧୧ ଭୋଟ ମିଳିଥିବା ବେଳେ ବିଜେପିକୁ ୮୫୬୭ ଭୋଟ ଓ କଂଗ୍ରେସକୁ ୧୧୮୦ଟି ଭୋଟ ମିଳିଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।