ଲାଞ୍ଜିଗଡ଼ରେ ବଦଳିବ କି ସମୀକରଣ ? କଂଗ୍ରେସକୁ ଝଟକା, ବିଜେଡିରେ ସାମିଲ ହେଲେ ପ୍ରଦୀପ ଦିଶାରୀ

ଲାଞ୍ଜିଗଡ଼ରେ ବଦଳିବ କି ସମୀକରଣ ? କଂଗ୍ରେସକୁ ଝଟକା, ବିଜେଡିରେ ସାମିଲ ହେଲେ ପ୍ରଦୀପ ଦିଶାରୀ

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ଆଗରୁ କଳାହାଣ୍ଡିରେ କଂଗ୍ରେସକୁ ଶକ୍ତ ଝଟକା । ଦଳ ଛାଡି ବିଜେଡିରେ ମିଶିଛନ୍ତି ପ୍ରଦୀପ ଦିଶାରୀ । ଶହ ଶହ ସମର୍ଥକଙ୍କ ସହିତ ଆଜି ପ୍ରଦୀପ ଦିଶାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ପ୍ରଦୀପଙ୍କ ଯୋଗଦାନ ଫଳରେ କଳାହାଣ୍ଡି ଲାଂଜିଗଡରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୪ ନିର୍ବାଚନରେ ଲାଂଜିଗଡରୁ ଆଦିବାସୀ ସଂରକ୍ଷିତ ଆସନରୁ କଂଗ୍ରେସ ଟିକଟରୁ ଲଢିଥିଲେ ପ୍ରଦୀପ ଦିଶାରୀ ।

publive-image

ବିଜେଡିରେ ସାମିଲ ହେବା ପରେ ପ୍ରଦୀପ ନିଜ ପ୍ରତିକ୍ରିୟା କହିଛନ୍ତି କି, ଦଳରେ ତାଙ୍କୁ ଅଣଦେଖା କରାଗଲା । ଗଣତନ୍ତ୍ର ପଦ୍ଧତିରେ ଯେଭଳି ଭାବରେ ପ୍ରାର୍ଥ ଚନୟ କରାଯିବା କଥା ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲା । ଏପରିକି ଯେତେବେଳେ ତାଙ୍କର ସମର୍ଥକମାନେ ପ୍ରାର୍ଥୀ ପାଇଁ ଦାବି କରିଥିଲେ ସେତେବେଳେ ତାଙ୍କ ଦାବିକୁ କର୍ଣ୍ଣପାତ କରାଗଲା ନାହିଁ ଏବଂ ବିଭିନ୍ନ ସଭା ସମିତିରେ ତାଙ୍କୁ ଡକା ନଯିବା ସହ ଦଳରେ ତାଙ୍କୁ ବାରମ୍ବାର ତାଙ୍କୁ ଅନାଦର କରାଯିବା କାରଣରୁ ସେ କଂଗ୍ରେସ ଛାଡିବାକୁ ନିଷ୍ପତି ନେଇଥିବା କହିଛନ୍ତି ପ୍ରଦୀପ ଦିଶାରୀ।

pcc

ସେପଟେ, କିଛିଦିନ ତଳେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ପରେ ଭାଇରାଲ ହୋଇଥିବା ସାମ୍ଭାବ୍ୟ ବିଧାନସଭା ପ୍ରାର୍ଥୀ ତାଲିକାରେ ପ୍ରଦୀପ ଦିଶାରୀଙ୍କ ନାଁ ମଧ୍ୟ ରହିଥିଲା । କିନ୍ତୁ ଏହି ପ୍ରାର୍ଥୀ ତାଲିକା ଗୁଜବ ବୋଲି କହି ଖଣ୍ଡନ କରିଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବର୍ତ୍ତମାନ ବିଜେଡିରେ ପ୍ରଦୀପ ଦିଶାରୀ ଯୋଗ ଦେଇଥିବାରୁ ଲାଞ୍ଜିଗଡ଼ରେ କଂଗ୍ରେସ ତରଫରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe