୧୪୭ରୁ ୧୪୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ବାକି ୬ ଆସନକୁ ଚାହିଁ ରହିଛନ୍ତି ଅନେକ ଆଶାୟୀ ।

1,605

କନକ ବ୍ୟୁରୋ: ବିଜେଡି ଏପର୍ଯ୍ୟନ୍ତ ୧୪୧ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିସାରିଛି । ଏବେବି ୬ ଆସନ ପାଇଁ ଟିକେଟ୍ ଘୋଷଣା ଝୁଲି ରହିଛି । ଖୋର୍ଦ୍ଧା, ବୋଲଗଡ଼-ବେଗୁନିଆ, ନୀଳଗିରି, ଭୋଗରାଇ, ଖଣ୍ଡପଡ଼ା ଓ କୋରେଇ ଆସନ ପାଇଁ ଟିକେଟ୍ ଘୋଷଣା ହୋଇନାହିଁ । ଏହି ୬ ଆସନ ବିଜେଡି ପାଇଁ ବେଶ୍ ଗୁରୁତ୍ୱ ବହନ କରେ । ଖୋର୍ଦ୍ଧା ପାଇଁ କଂଗ୍ରେସ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ ବିଜେପି ଘୋଷଣା କରିନାହାଁନ୍ତି ପ୍ରାର୍ଥୀ । ସେହିପରି ବୋଲଗଡ଼-ବେଗୁନିଆ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ନୀଳଗିରି ଓ ଭୋଗରାଇ ପାଇଁ ମଧ୍ୟ ଉଭୟ ବିଜେଡି ଓ ବିଜେପି ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ଏହି ୬ ଆସନ ପାଇଁ ବିଜେଡି କେବେ ପ୍ରାର୍ଥୀ ଘୋଷଣା କରୁଛୁ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।