ପଞ୍ଚାୟତ ଫଇସଲା : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ନୟାଗଡ ଓଡଗାଁ ବ୍ଲକର ଜୋନ-୧ରେ ବିଜେଡି ଆଗୁଆ

Advertisment
ପଞ୍ଚାୟତ ଫଇସଲା : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ନୟାଗଡ ଓଡଗାଁ ବ୍ଲକର ଜୋନ-୧ରେ ବିଜେଡି ଆଗୁଆ

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଓଡଗାଁରୁ ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ଓଡଗାଁ ବ୍ଲକ ୧ନଂ ଜୋନରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି ।

ତେବେ ନୟାଗଡ ଜିଲ୍ଲାର ୮ବ୍ଲକରେ ମୋଟ୍ ୨୪ଟି ଜିଲ୍ଲା ପରିଷଦ ଜୋନ୍ ଅଛି । ନୟାଗଡ, ରଣପୁର, ଖଣ୍ଡପଡା ଓ ଦଶପଲ୍ଲା ଅଧିନରେ ୬ଟି ଲେଖାଏଁ ଜୋନ୍ ରହିଛି । ୨୦୦୨ରୁ ଜିଲ୍ଲା ପରିଷଦ ଆସନ ବିଜେଡି ପାଖରେ ରହିଆସିଛି । ଗତ ନିର୍ବାଚନରେ ବିଜେଡି ୧୯ ଓ ବିଜେପି ୪ଟି ଆସନରେ ଜିତିଥିଲେ । କଂଗ୍ରେସ ଖାତା ଖୋଲିନଥିଲା, ଆମ ଓଡିଶା ସହାୟତାରେ ଜଣେ ସ୍ୱାଧୀନ ଜିତିଥିଲେ ।

କେବଳ ରଣପୁର ବ୍ଲକର ୨ଟି ଜୋନରେ ବିଜେପି ଭଲ ସ୍ଥିତିରେ ଥିବା ଚର୍ଚ୍ଚା ହେଉଛି । ଖଣ୍ଡପଡାରେ ବିଜେପି କିମ୍ବା କଂଗ୍ରେସର କୌଣସି ସତ୍ତା ନଥିବା କୁହାଯାଉଛି । ତେବେ ଏଥର କେଉଁ ଦଳ ଆସନ ହାତଉଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe