କନକ ବ୍ୟୁରୋ : ପ୍ରାରମ୍ଭିକ ଟ୍ରେଣ୍ଡରେ ଅନୁଗୁଳରେ ବିଜେଡି ଆଗରେ । ସକାଳ ୧୧.୨୦ ସୁଦ୍ଧା ୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, କଣିହାଁ, ତାଳଚେରରେ ବିଜେଡି ଆଗୁଆ ରହିଛି । ୨ଟି ଜୋନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । ଛେଣ୍ଡିପଦା ଓ କିଶୋରନଗରରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି ।
ତେବେ ଦୀର୍ଘବର୍ଷ ହେଲା ଅନୁଗୁଳ ବିଜେଡିର ଗଡ ହୋଇ ରହିଛି । ୨୦୦୭ରେ ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଯାଇଥିଲା । ୨୦୧୨ରେ ବିଜେଡି ପୁରୁଣା ସଫଳତା ଦୋହରାଇଥିଲା । ୨୮ଟି ଜିଲ୍ଲା ପରିଷଦ ଜୋନରୁ ୨୧ଟି ବିଜେଡି ଜିତିଥିଲା । ୨୦୧୭ରେ ୧୨ଟି ଜିତି ବିଜେଡିକୁ ଟକ୍କର ଦେଲା ବିଜେପି । ଜିଲ୍ଲା ପରିଷଦ ଗଠନରୁ ଅଳ୍ପକେ ବର୍ତିଲା, ଏଥର ଶକ୍ତି ବଢିଛି ।
ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲାକୁ ଦଖଲ ପାଇଁ ଚାହିଁବ ବିଜେପି । ହେଲେ ଅନୁଗୁଳର ୫ ବିଧାନସଭା କ୍ଷେତ୍ର ବିଜେଡି ହାତରେ ରହିଛି । ରଜନୀକାନ୍ତଙ୍କ ପୁଅ ଅରୁଣାଭ ସିଂ ସାଂଗଠିକ କାର୍ଯ୍ୟ ବୁଝୁଛନ୍ତି । କଂଗ୍ରେସ ସଂଗଠନ ଦୁର୍ବଳ ଥୁବାରୁ ବିଜେଡି-ବିଜେପି ଟକ୍କର ଜୋରଦାର ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/29-24.jpg)