କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ୍ ଭୋଟ୍ ଗଣତି । ସନ୍ଧ୍ୟା ୬ଟା ୧୫ ସୁଦ୍ଧା ଶାସକ ଦଳ ବିଜେଡି ୨୭୭ଟି ଆସନରେ ଆଗୁଆ ଥିବା ଟ୍ରେଣ୍ଡ୍ କହୁଛି । ସେହିପରି ବିରୋଧୀ ବିଜେପି ଶାସକ ଦଳଠାରୁ ବହୁ ପଛରେ ଥିବାବେଳେ ଏବେ ସୁଦ୍ଧା କେବଳ ୧୯ଟି ଜିଲ୍ଲା ପରିଷଦ ଆସନରେ ଆଗରେ ଅଛି । ସେହିପରି କଂଗ୍ରେସ ୧୪ଟି ଆସନରେ ଆଗୁଆ ଅଛି । ତେବେ ସ୍ୱାଧୀନ ପ୍ରାର୍ଥୀଙ୍କ କଥା କହିବା ଯଦି, ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଭୋଟ୍ ଗଣତିରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୩ ଜଣ ଆଗୁଆ ଅଛନ୍ତି । ସେହିପରି ଜିଲ୍ଲାୱାରୀ ଦେଖିଲେ, ଅଧିକାଂଶ ଜିଲ୍ଲାରେ ବିଜେଡି ଆଗୁଆ ଚାଲିଛି ।

Advertisment