କନକ ବ୍ୟୁରୋ : ପ୍ରାରମ୍ଭିକ ଟ୍ରେଣ୍ଡରେ ବରଗଡରେ ବିଜେଡି ଆଗୁଆ ରହିଛି । ଦିନ ସାଢେ ୧୨ ସୁଦ୍ଧା ୧୦ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ । ସେହିପରି ଗୋଟିଏ ଜୋନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି ।

Advertisment

ଗତ ନିର୍ବାଚନରେ କିନ୍ତୁ ବରଗଡରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇଥିଲା । ୩୪ଟି ଜିଲ୍ଲା ପରିଷଦ ଜୋନରୁ ୨୫ଟି ଜିତିବାକୁ ସମର୍ଥ ହୋଇଥିବା ବିଜେପି । ବିଜେଡି ୯ଟି ଆସନ ପାଇଥିବାବେଳେ ଖାତା ଖୋଲି ପରିନଥିଲା କଂଗ୍ରେସ । ପଦ୍ମପୁର ବିଧାନସଭା କ୍ଷେତ୍ରରେ ରହିଛି ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ । ୨୦୧୭ରେ ଏହି ୩ ବ୍ଲକର ୮ଟି ଜୋନରୁ ୭ ବିଜେପି ଓ ଗୋଟିଏ ବିଜେଡି ପାଇଥିଲା । ବିଜେପୁରରେ ୮ଟିରୁ ୭ ବିଜେପି ଓ ଗୋଟିଏ ବିଜେଡି ଖାତାକୁ ଯାଇଥିଲା । ବରଗଡ ବିଧାନସଭା କ୍ଷେତ୍ରରେ ୪ଟି ଯାକ ଜୋନ୍ କବଜା କରିଥିଲା ବିଜେପି ।

ଅତାବିରା ନିର୍ବାଚନ କ୍ଷେତ୍ରର ୪ ବିଜେପି ଓ ୩ ଜୋନରେ ବିଜେଡି ଜିତିଥିଲେ । ଭଟଲିରେ ୭ ଜିଲ୍ଲା ପରିଷଦ ଜୋନରୁ ୩ଟି ବିଜେପି ଓ ୪ଟି ବିଜେଡି ଜିତିଥିଲେ ।  ୫ ବର୍ଷ ଭିତରେ ଜିଲ୍ଲା ରାଜନୈତିକ ପାଣିପାଗରେ ଆସିଛି ଅନେକ ପରିବର୍ତନ ।  ଜିଲ୍ଲାରେ କଂଗ୍ରେସର ମଙ୍ଗ ଧରିଛନ୍ତି ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ । ବିଜେପିର ରଣନୀତି ପ୍ରସ୍ତୁତ କରୁଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ବରିଷ୍ଠ ନେତା ହୋଇଥିଲେ ବି ବରଗଡ ପାଇଁ ନୂଆ ଚେହେରା ସୁରେଶ ପୂଜାରୀ । ତେଣୁ ଏଥର ବରଗଡର ସମୀକରଣ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବର୍ତ୍ତମାନ ସ୍ଥିତିରେ ବିଜେଡି ଆଗରେ ରହିଛି ।