କନକ ବ୍ୟୁରୋ: ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ବଏକଟ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି । ସେମାନେ ବିରୋଧୀ ଆସନରେ ଥିବାରୁ ସହଜରେ ହଜମ କରିପାରୁ ନାହାନ୍ତି । ସେମାନେ ୨୪ ବର୍ଷ ସରକାରରେ ଥିଲେ, ସେହି ହ୍ୟାଙ୍ଗଓଭରରୁ ବାହାରି ପାରୁନାହାନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଆଲୋଚନା ଚାହୁଁ ନାହିଁ ବୋଲି କହିଛନ୍ତି ଏକାମ୍ରର ବିଜେପି ବିଧାୟକ ବାବୁ ସିଂ ।

Advertisment

ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ୮୦ରୁ ଅଧିକ ନୂଆ ବିଧାୟକ ଆସିଛନ୍ତି, ସେମାନେ ବିକାଶ ଚାହୁଁଛନ୍ତି, ହେଲେ ବିରୋଧୀ ପ୍ରଥମ ଦିନରୁ ହିଁ ଗୃହ ବନ୍ଦ କରାଇ ନୂଆ ବିଧାୟକମାନଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହି ସାରିଛନ୍ତି, ତେଣୁ ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ନିର୍ଯ୍ୟାସ ବାହାରିବ ବୋଲି ସେ କହିଛନ୍ତି ।

ସେପଟେ ବଜେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କଂଗ୍ରେସ କେନ୍ଦ୍ରରେ କ୍ଷମତା ଥିବା ସମୟରେ ଓଡ଼ିଶାକୁ କିଛି ଦେଲନି, ଓଡ଼ିଶା ମାଗିବାରୁ ତାଙ୍କ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟଙ୍କା କଣ ଗଛରେ ଫଳୁଛି? ଏ କଥା ସେମାନେ ଭୁଲିବା କଥା ନୁହେଁ । ଏଥିସହ କଂଗ୍ରେସ ଓଡ଼ିଆ ଅସ୍ମିତା କଥା କହିଲା ଯେ, ରାଜ୍ୟପାଳ କାହିଁକି ହିନ୍ଦୀରେ ଅଭିଭାଷଣ ଦେଲେ? ତାଙ୍କୁ ତ କାହିଁକି ବାଧୁନି ଯେ, ବିରୋଧୀ ଦଳ ନେତା ଇଂରାଜୀରେ କହିଲେ. ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ତେଣୁ ରାଜ୍ୟପାଳ ହିନ୍ଦୀରେ ଅଭିଭାଷଣ ରଖିଲେ ବୋଲି ବାବୁ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ।