ପଦ୍ମପୁର ପରୀକ୍ଷା : ଏଯାଏଁ ୫ଟି ରାଉଣ୍ଡରେ ବିଜେଡି ଆଗରେ 

Advertisment
ପଦ୍ମପୁର ପରୀକ୍ଷା : ଏଯାଏଁ ୫ଟି ରାଉଣ୍ଡରେ ବିଜେଡି ଆଗରେ 

କନକ ବ୍ୟୁରୋ : ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ୫ଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭୧୨ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୧୯୦୭, ୩ୟ ରାଉଣ୍ଡରେ ୨୧୪୭, ୪ର୍ଥ ରାଉଣ୍ଡରେ ୨୪୧୨ ଏବଂ ୫ମ ରାଉଣ୍ଡରେ ୨୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡର ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ଥିବା ବେଲେ ବିଜେପି ଓ କଂଗ୍ରେସ ପଛରେ ରହିଛନ୍ତି । ୫ରାଉଣ୍ଡ ସୁଦ୍ଧା ବିଜେଡି ମୋଟ ୨୬୧୯୮ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ବିଜେପି ୧୭୮୧୬ ଏବଂ କଂଗ୍ରେସ ୮୪୫ ଖଣ୍ଡ ଭୋଟରେ ଆଗରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe