ଥମୁନି ବିଜେଡିର ଅର୍ନ୍ତଦ୍ୱନ୍ଦ

34

ବଢିବାରେ ଲାଗିଛି ବିଜେଡିରେ ଅନ୍ତଦ୍ୱର୍ନ୍ଦ୍ୱ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି ଦଳୀୟ ନେତାଙ୍କ ମୁହଁ ବନ୍ଦ ହେଉନାହିଁ । ମନ୍ତ୍ରୀ ଦାମ ରାଉତ, ସାଂସଦ ଭର୍ତୁହରି ମହତାବ, ନଗେନ୍ଦ୍ର ପ୍ରଧାନ, ତଥାଗତ ଶତପଥୀଙ୍କ ପରେ ମୁହଁ ଖୋଲିଛନ୍ତି ହୁସେନ ରବି ଗାନ୍ଧି । ତେବେ ସମସ୍ତଙ୍କୁ ବଳି ଯାଇଛନ୍ତି ବିଜେଡିର ଏହି ପୁରୁଖା ନେତା । ପାଜେରୋ ପଲିଟିକ୍ସ ଓ ବରିଷ୍ଠ କନିଷ୍ଠ ବିବାଦରେ ଘିଅ ଢାଳିଛନ୍ତି, ବିଜେଡିର ପୂର୍ବତନ ସାଧାରଣ ସଂପାଦକ ହୁସେନ ରବି ଗାନ୍ଧି । ଏହି ପ୍ରସଙ୍ଗରେ ସେ ଆଉ କିଛି ପାଦ ଆଗେଇ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି  । ଡାଲି ଦୁର୍ନୀତି ପାଇଁ ପ୍ରମିଳା ମଲ୍ଲିକ୍ ଓ ରାସନ୍ କାର୍ଡ ଦୁର୍ନୀତି ଅଭିଯୋଗ ପାଇଁ କଟକ ମେୟର ପଦରୁ ଅନୀତା ବେହେରାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ସେହିଭଳି ସଂଜୟ ଦାସବର୍ମାଙ୍କ କ୍ଷେତ୍ରରେ ମଧ୍ୟ ଏହା ହେବା ଦରକାର ବୋଲି ଚିଠିରେ ଦର୍ଶାଇଛନ୍ତି ହୁସେନ ରବି ଗାନ୍ଧି । ଦଳର ଭାବମୂର୍ତିକୁ ଅତୁଟ ରଖିବା ପାଇଁ ସଂଜୟ ଦାସବର୍ମାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉ, ନଚେତ୍ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ବିଜେଡିର ଯୋଗୀ ବୋଲି କହୁଥିବା ଏହି ବରିଷ୍ଠ ନେତା, ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ସମ୍ପତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ,କହିଲେ ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସଂଜୟ ଦାସବର୍ମା ଏତେ ସମ୍ପତିର ମାଲିକ ହେଲେ କେମିତି?