ପଛରେ ବିରୋଧୀ ଆଗରେ ବିଜେଡି! ରାତି ୮ଟା ସୁଦ୍ଧା ଟ୍ରେଣ୍ଡ୍ କ’ଣ କହୁଛି ? କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

201

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୮ଟା ସୁଦ୍ଧା ବିଜେଡି ୨୭୭ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୮ ଏବଂ କଂଗ୍ରେସ ୧୬ଟି ଜୋନରେ ଆଗେଇ ଚାଲିଛି । ଅନ୍ୟପଟେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ରାତି ୮ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ହିସାବରେ ପଛରେ ପଡ଼ି ଯାଇଛନ୍ତି ଉଭୟ ଦଳ ।

ତେବେ ସେ ଯାହା ବି ହେଉ, ସଦ୍ୟତମ ଟ୍ରେଣ୍ଡ ଶଙ୍ଖ ଶିବିରରେ ଖୁସି ଆଣିଦେଇଛି । କିନ୍ତୁ ରାଜନୀତି ପଣ୍ଡିତଙ୍କ ଆକଳନ ଯେ, ଆଗକୁ ଆହୁରି ରାଉଣ୍ଡ ବାକି ଅଛି ତେଣୁ ରାଜନୀତିର ପଶାପାଲି ଭିତରେ କିଛି ବି ହୋଇପାରେ । ଏବେ ଯିଏ ଆଗରେ ସିଏ ପଛରେ ବି ପଡ଼ିପାରେ ଆଉ ଯିଏ ପଛରେ ସିଏ କେତେବେଳେ ବି ଚେକ୍ ଦେଇପାରେ । ତେଣୁ ଅନ୍ତିମ ନିର୍ଣ୍ଣୟାକ ଫଳାଫଳ ନଆସିବା ପୂର୍ବରୁ କାହାର ବାଜିମାତ୍ ହେବ ତାହା କହିବା କାଠିକର ପାଠ ।