କନକ ବ୍ୟୁରୋ : ନବୀନ ନିବାସରେ ସୋମବାର ୩ ଘଣ୍ଟା ଧରି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଙ୍ଗଠନ ନେଇ ଆଲୋଚନା ହୋଇଛି । ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ସମେତ ଛାମୁଆ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ଓ କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛି ।

Advertisment

ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି । କିଛି ଫିଡବ୍ୟାକ ବି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟବେକ୍ଷକଙ୍କ ବୈଠକ ପ୍ରତି ଦୁଇ ମାସରେ ଅନୁଷ୍ଠିତ ହୋଇଥାଏ । ସମସ୍ତ କାର୍ଯ୍ୟକ୍ରମର ରୂପରେଖ ନିର୍ଧାରଣ କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଦଳର କାର୍ଯ୍ୟକ୍ରମକୁ କିଭଳି ଆଗକୁ ନିଆଯିବ ସେ ନେଇ ଆଲୋଚନା ହୋଇଛି । ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡମ୍ୟାପ ପ୍ରସ୍ତୁତ ହୋଇଛି ।